Odia MCQ Quiz - Objective Question with Answer for Odia - Download Free PDF
Last updated on Jun 12, 2025
Latest Odia MCQ Objective Questions
Odia Question 1:
ସେ ମୋତେ ଚିତା କାଟିଦେଲା - ରେଖାଙ୍କିତ ପଦଟି କେଉଁ ଅର୍ଥକୁ ପ୍ରକାଶ କରେ ?
Answer (Detailed Solution Below)
Odia Question 1 Detailed Solution
3) ଠକି ଦେବା ସଠିକ୍ ଉତ୍ତର
ଯଥାର୍ଥତା :
- ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
- କୌଣସି ଶବ୍ଦ ନିଜ ଅର୍ଥ ଛାଡି , ଅନ୍ୟ ଶବ୍ଦ ସହ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢି କୁହାଯାଏ
- ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡ ବାକ୍ୟ କୁହାଯାଏ
- ସେ ମୋତେ ଚିତା କାଟିଦେଲା - ରେଖାଙ୍କିତ ପଦଟି 3) ଠକି ଦେବା ଅର୍ଥକୁ ପ୍ରକାଶ କରେ
Additional Information
- ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ , ତାହା ରୂଢ ଶବ୍ଦ
- ରୂଢି 3 ପ୍ରକାରର ବ୍ୟବହୃତ ହୁଏ
- କ୍ରିୟାହୀନ , କ୍ରିୟାଯୁକ୍ତ , ତୁଳନାତ୍ମକ
- ଚିତା କାଟିବା ଏକ କ୍ରିୟାଯୁକ୍ତ ରୂଢି
Odia Question 2:
କ୍ରିୟା ଯେଉଁ ସ୍ଥାନରେ ବା ଯେଉଁ ସମୟରେ ସାଧୂତ ହୁଏ, ତାକୁ କି କାରକ କହନ୍ତି ?
Answer (Detailed Solution Below)
Odia Question 2 Detailed Solution
3) ଅଧିକରଣ କାରକ ସଠିକ୍ ଉତ୍ତର
ଯଥାର୍ଥତା :
- ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
- ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ
- ବାକ୍ୟ ମଧ୍ୟରେ କ୍ରିୟା ପଦ ସହିତ ଅନ୍ୟ ପଦ ମାନଙ୍କ ଯେଉଁ ସମ୍ପର୍କ ଥାଏ , ତାହାକୁ କାରକ କୁହାଯାଏ
ବିକଳ୍ପ ମାନଙ୍କ ଅର୍ଥ :
- ଅପାଦାନ କାରକ - କ୍ରିୟା ଦ୍ୱାରା ଗୋଟିଏ ବସ୍ତୁ ଅନ୍ୟ ବସ୍ତୁଠାରୁ ବିଛିନ୍ନ ହେଲେ , ଯେଉଁ ବସ୍ତୁ ଠାରୁ ବିଛିନ୍ନ ହୁଏ ତାହାର ଅପାଦାନ କାରକ ହୁଏ
- ସମ୍ପ୍ରଦାନ କାରକ - ଯାହାକୁ କୌଣସି ବସ୍ତୁ ସମ୍ୟକ୍ରୂପେ ଦାନ କରାଯାଏ , ତାହାର ସମ୍ପ୍ରଦାନ କାରକ ହୁଏ
- ଅଧିକରଣ କାରକ - କ୍ରିୟା ଯେଉଁ ସ୍ଥାନରେ ବା ଯେଉଁ ସମୟରେ ସାଧିତ ହୁଏ , ସେହି ସ୍ଥାନର ବା ସମୟରେ ଅଧିକରଣ କାରକ ହୁଏ
- କର୍ମକାରକ - କର୍ତ୍ତାର କ୍ରିୟା ସାଧନରେ ଯାହା ଅଭିଳାଷିତ ତାହା କର୍ମକାରକ
ଏଥିରୁ ଆମେ ଜାଣିପାରୁଯେ କ୍ରିୟା ଯେଉଁ ସ୍ଥାନରେ ବା ଯେଉଁ ସମୟରେ ସାଧିତ ହୁଏ ତାହାକୁ 3) ଅଧିକରଣ କାରକ କହନ୍ତିAdditional Information
- ସମ୍ବନ୍ଧ 6 ପ୍ରକାରର, ଏହାକୁ ଆଧାର କରି 6 ପ୍ରକାରର କାରକ ପଦ ଅଛି
- କର୍ତ୍ତା , କର୍ମ , କରଣ , ସଂପ୍ରଦାନ , ଅପାଦାନ ଓ କରଣ କାରକ
- ଅଧିକରଣ କାରକ 2 ଭାଗରେ ବିଭକ୍ତ କରାଯାଏ
- ସ୍ଥାନାଧିକରଣ / ଆଧାରାଧିକରଣ , କାଳାଧିକରଣ
- କ୍ରିୟାପଦ ପୂର୍ବରୁ କେଉଁଠାରୁ ଓ କେତେବେଳେ ଲଗାଇ ପ୍ରଶ୍ନକଲେ ଉତ୍ତରରେ ଅଧିକରଣ କାରକ ମିଳିଥାଏ
Odia Question 3:
ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ କି ବାକ୍ୟ କୁହାଯାଏ ?
Answer (Detailed Solution Below)
Odia Question 3 Detailed Solution
1) ସରଳ ବାକ୍ୟ ସଠିକ ଉତ୍ତର
ଯଥାର୍ଥତା :
ବିକଳ୍ପର ଅର୍ଥ -
- ସରଳ ବାକ୍ୟ -ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ
- ଯୌଗିକ ବାକ୍ୟ - ପରସ୍ପର ନିର୍ଭରଶୀଳ 2 ବା ତାହାଠୁ ଅଧିକ ସରଳ ବାକ୍ୟର ସମାହାରରେ ଯୌଗିକ ବାକ୍ୟ ଗଠିତ ହୁଏ
- ଜଟିଳ ବାକ୍ୟ -ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡବାକ୍ୟର ସମନ୍ଵୟରେ ଜଟିଳ ବାକ୍ୟ ଗଠିତ ହୁଏ
- ମିଶ୍ର ବାକ୍ୟ - ଯେ କୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ରବାକ୍ୟ କୁହାଯାଏ
ବିକଳ୍ପରୁ ଆମେ ସ୍ପଷ୍ଟ ଜାଣିପାରୁ ଯେ - ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ 1) ସରଳ ବାକ୍ୟ କୁହାଯାଏAdditional Information
- ବାକ୍ୟର ଗଠନାତ୍ମକ ରୂପରୁ ବାକ୍ୟକୁ 4 ଭାଗରେ ବିଭକ୍ତ କରାଯାଏ
- ଜଟିଳ ବାକ୍ୟ , ମିଶ୍ର ବାକ୍ୟ , ସରଳ ବାକ୍ୟ , ଯୌଗିକ ବାକ୍ୟ
- ବାକ୍ୟର ପ୍ରକାର୍ଯ୍ୟାତ୍ମକ ରୂପରୁ ବାକ୍ୟକୁ 6 ଭାଗରେ ବିଭକ୍ତ କରାଯାଏ
Odia Question 4:
'ପୁରୋହିତ କର୍ମ' - ଏକ ପଦରେ କ'ଣ ହେବ ?
Answer (Detailed Solution Below)
Odia Question 4 Detailed Solution
4) ପୌରୋହିତ୍ୟ ସଠିକ୍ ଉତ୍ତର
ଯଥାର୍ଥତା :
- ପରସ୍ପର ସମ୍ବନ୍ଧ ଥିବା 2 ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ
- 2ୟା ଠାରୁ 7ମୀ ପର୍ଯ୍ୟନ୍ତ ବିଭକ୍ତି ଯୁକ୍ତ ବିଶେଷ୍ୟ ପଦ ସହିତ ବିଶେଷ୍ୟ/ବିଶେଷଣ ପଦର ସମାସ ହୋଇ ପର ପଦର ଅର୍ଥ ପ୍ରଧାନ ରହିଲେ ତତ୍ପୁରୁଷ ସମାସ ହୁଏ
- ପୁରୋହିତ କର୍ମ = ପୁରୋହିତର କର୍ମ ଏଠାରେ ର 6ଷ୍ଠୀ ବିଭକ୍ତି ତେଣୁ ଏହା ଏକ 6ଷ୍ଠୀ ତତ୍ପୁରୁଷ
- ପୁରୋହିତ କର୍ମ = ପୌରୋହିତ୍ୟ
Additional Information
- ସମାସ ପ୍ରକ୍ରିୟାରେ ବ୍ୟବହୃତ ପଦ - ସମସ୍ତପଦ , ପୂର୍ବପଦ , ପରପଦ , ସମସ୍ତମାନପଦ ଓ ବିଗ୍ରହବାକ୍ୟ
- ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ 6 ଭାଗରେ ବିଭକ୍ତ କରାଯାଇଛି
- ତତ୍ପୁରୁଷ , କର୍ମଧାରୟ , ଦ୍ୱିଗୁ ,ଦ୍ୱନ୍ଦ ,ଅବ୍ୟୟଭାବ , ବହୁବ୍ରୀହି
Odia Question 5:
ଗୋପୀନାଥ ମହାନ୍ତିଙ୍କ ଅମୃତର ସନ୍ତାନ ଉପନ୍ୟାସ କେବେ ପ୍ରକାଶିତ ହୋଇଥିଲା?
Answer (Detailed Solution Below)
Odia Question 5 Detailed Solution
- "ଅମୃତର ସନ୍ତାନ" ଗୋପୀନାଥ ମହାନ୍ତିଙ୍କ ପ୍ରମୁଖ ଉପନ୍ୟାସ ଥିଲା ଯାହା ୧୯୪୭ ମସିହାରେ ପ୍ରକାଶିତ ହୋଇଥିଲା।
- ଏହାକୁ କେନ୍ଦ୍ର ସାହିତ୍ୟ ଏକାଡ଼େମିର ୧୯୫୫ ବର୍ଷର ପୁରସ୍କାର ମିଳିଥିଲା।
Top Odia MCQ Objective Questions
କେଉଁ କ୍ରିୟାଟି ବିଶେଷଣ ପଦସମ୍ଭୁତ ?
Answer (Detailed Solution Below)
Odia Question 6 Detailed Solution
Download Solution PDFଡେଗେଇବ କ୍ରିୟାଟି ବିଶେଷଣ ପଦ l
ବିଶେଷଣ: ବିଶେଷଣ ହେଉଛି ଏକ ଶବ୍ଦ ଯାହା ସଂଜ୍ଞା ବା ସର୍ବନାମ ର ବର୍ଣ୍ଣନା କରେ |
ବିଶେଷ୍ୟ: ବିଶେଷ୍ୟ ଯେଉଁ ସଂଜ୍ଞା ବା ସର୍ବନାମ ର ବିଶେଷତା କହେ ତାହା ବିଶେଷ୍ୟ l ବିଶେଷ୍ୟ ଦୁଇ ପ୍ରକାରର ସଂଜ୍ଞା ବା କ୍ରିୟା ରୂପରେ ଥାଏ l
- ସଂଜ୍ଞା ରୂପେ ଥାଏ ଏହାକୁ ସଂଜ୍ଞା ବିଶେଷଣ କୁହ ଯାଏ l
- ଯେବେ ଏହା କ୍ରିୟା ରୂପରେ ଥାଏ ଏହାକୁ କ୍ରିୟା ବିଶେଷଣ କୁହ ଯାଏ l
କ୍ରିୟା ବିଶେଷଣ: ଶବ୍ଦ ଯାହା କ୍ରିୟାର ବିଶେଷତାର ବୋଧ କରାଏ ସେ ଶବ୍ଦ ହେଉଛି କ୍ରିୟା ବିଶେଷଣ l ଅନ୍ୟ ଶବ୍ଦରେ ଯେଉଁ ଶବ୍ଦ ଦ୍ୱାରା କ୍ରିୟାର ବିଶେଷତ୍ୱ ଜଣା ପଡିଥାଏ ସେହି ଶବ୍ଦକୁ ଆମେ କ୍ରିୟା ବିଶେଷଣ କହୁ l
କ୍ରିୟା | ସଂଜ୍ଞା | ବିଶେଷଣ |
କାନ | କାନେଇବା | |
ହାତ | ହାତେଇବା | |
ଲଟେଇବା | ||
ଡେଗେ | ଡେଗେଇବ |
NOTE: ଡେଗେଇବ କ୍ରିୟାଟି ଗୋଟିଏ ବିଶେଷଣ ପଦ l
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ଶବ୍ଦ ?
Answer (Detailed Solution Below)
Odia Question 7 Detailed Solution
Download Solution PDFସଠିକ୍ ଉତ୍ତର ହେଉଛି: ବିକଳ୍ପ 1) ଦୁର୍ବୃତ୍ତ .
Key Points
- ଓଡ଼ିଆ ଶବ୍ଦକୋଷରେ ଅର୍ଥ ପ୍ରଦାନ କରୁଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ।
- କାଳ କାଳ ଧରି ବିଭିନ୍ନ ଶବ୍ଦ ବିଭିନ୍ନ ସ୍ଥାନରୁ ଉଦ୍ଧୃତ ଓ ପ୍ରଚଳିତ ହୋଇଆସୁଛି।
- ଏହି ଉଦ୍ଧୃତ ଶବ୍ଦାବଳୀର ଶୁଦ୍ଧତାକୁ ବଜାୟ ରଖିବା ଅପରିହାର୍ଯ୍ୟ ଅଟେ।
ଯଥାର୍ଥତା:
- ସାଧାରଣତଃ କହିବା ଓ ଲେଖିବାବେଳେ ମନୁଷ୍ୟ ଜନିତ କିଛିଟା ଭୁଲ୍ ହେଇଯାଇଥାଏ 'ଉଚ୍ଚାରଣଗତ' ହେଉ କିମ୍ବା 'ଲିଖିତଜନିତ' ହେଉ।
- ଲିଖନ ସମୟରେ 'ମାତ୍ରାଜନିତ' ହେଉ ବା 'ବନାନଜନିତ' ବା 'ବ୍ୟାକରଣଜନିତ' ଭୁଲ୍ ଯୋଗୁଁ ଶୁଦ୍ଧ ଶବ୍ଦଟି ଅଶୁଦ୍ଧ ହୋଇଯାଏ।
- ତେଣୁ ସଠିକ ଶବ୍ଦ ବ୍ୟବହାର ନିମିତ୍ତ ସାବଧାନତା ଅବଲମ୍ବନ କରିବା ଅବାଞ୍ଛନିୟ।
- ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରୁ 'ବିଶେଷ୍ୟଜନିତ' ଶୁଦ୍ଧତା ହେତୁ 'ଦୁର୍ବୃତ୍ତ ' ହିଁ କେବଳ ମାତ୍ର ଶୁଦ୍ଧ ଶବ୍ଦ।
- ଓଡ଼ିଆ ବ୍ୟାକରଣ ଅନୁସାରେ 'ଦୁର୍ବୃତ୍ତ' ଶବ୍ଦଟି ଶିଷ୍ଟପୂର୍ଣ୍ଣ ବ୍ୟବହାର ଦେଖେଇବା ଗୁଣର ନାମକୁ ବୁଝାଉଥିବା ହେତୁ ଏହା ଏକ ବିଶେଷ୍ୟ ପଦ ଅଟେ।
Additional Information
- ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ପ୍ରତ୍ୟେକଟି ବିଶେଷ୍ୟଜନିତ ଅଶୁଦ୍ଧ।
- ନିମିଳିତ- ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ: ନିମୀଳିତ।
- ଦୁରୀଭୂତ- ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ: ଦୂରୀଭୂତ।
- ଅକ୍ଷୁର୍ଣ୍ଣ- ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ: ଅକ୍ଷୁଣ୍ଣ।
ଉଚ୍ଚାରଣ ସ୍ଥାନ ଦୃଷ୍ଟିରୁ ଟ,୦,ଡ,ଢ,ଣ ବର୍ଷକୁ କେଉଁ ବର୍ଣ୍ଣ ବୋଲି ନାମକରଣ କରାଯାଇଛି।
Answer (Detailed Solution Below)
Odia Question 8 Detailed Solution
Download Solution PDFସଠିକ୍ ଉତ୍ତର ହେଉଛି-ମୂର୍ଦ୍ଧଣ୍ୟ ବର୍ଣ୍ଣ
Key Points
- ଓଡିଆ ଭାଷାରେ ଲେଖାପଢା ପାଇଁ ଅଣଚାଶଟି ବର୍ଣ୍ଣ ବ୍ୟବହୃତ ହୋଇଛି । ଯଥା- ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ୟ, ର, ଳ, ଲ, ୱ, ଶ, ଷ, ସ, ହ, ଅନୁସ୍ବାର, ବିସର୍ଗ, ଚନ୍ଦ୍ରବିନ୍ଦୁ ।
- ଓଡିଆରେ ବ୍ୟବହୃତ ବର୍ଣ୍ଣମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା- ସ୍ବରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ।
- ଅନ୍ୟ ବର୍ଣ୍ଣର ସାହାଯ୍ୟ ନନେଇ ଉଚ୍ଚାରିତ ହେଉଥିବା ବର୍ଣ୍ଣମାନଙ୍କୁ ସ୍ବରବର୍ଣ୍ଣ କୁହାଯାଏ । ଓଡିଆ ଭାଷାରେ ସ୍ବରବର୍ଣ୍ଣ ଏଗାରଟି । ଯଥା- ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, ଓ, ଔ ।
- ଯେଉଁ ବର୍ଣ୍ଣଗୁଡିକ ସ୍ବରବର୍ଣ୍ଣ ସାହାଯ୍ୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ, ସେମାନଙ୍କୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ । ଅର୍ଥାତ ସ୍ବର ସହିତ ଯୁକ୍ତ ହେଲେ ବ୍ୟଞ୍ଜନବର୍ଣ୍ଣ ଗୁଡିକ ଉଚ୍ଚାରିତ ହୁଅନ୍ତି ।
- ବ୍ୟଞ୍ଜନ ବର୍ଣ୍ଣ ସଂଖ୍ୟା ଅଠତିରିଶିଟି । ଯଥା- କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ୟ, ର, ଳ, ଲ, ୱ, ଶ, ଷ, ସ, ହ, ଅନୁସ୍ବାର, ବିସର୍ଗ, ଚନ୍ଦ୍ରବିନ୍ଦୁ ।
ଯଥାର୍ଥତା:
- ବ୍ୟଞ୍ଜନ ବର୍ଣ୍ଣମାନଙ୍କ ମଧ୍ୟରୁ କ୍ ଠାରୁ ମ୍ ପର୍ଯ୍ୟନ୍ତ ପଚିଶଟି ସ୍ପର୍ଶବର୍ଣ୍ଣ । ଏଗୁଡିକର ଉଚ୍ଚାରଣ ସମୟରେ ଜ୍ବିହାର ଅଗ୍ର, ମଧ୍ୟ ବା ମୂଳର ସାହାଯ୍ୟ ନେଇ କଣ୍ଠ, ତାଳୁ, ମୂର୍ଦ୍ଧା, ଦନ୍ତ ଓ ଓଷ୍ଠାଦିକୁ ସ୍ପର୍ଶ କରିବାକୁ ପଡିଥାଏ ।
- ଏହି ସ୍ପର୍ଶବର୍ଣ୍ଣଗୁଡିକ ପାଞ୍ଚଟି ବର୍ଗ ବା ଶ୍ରେଣୀରେ ବିଭକ୍ତ ହୋଇଥିବାରୁ ବର୍ଗ୍ୟବର୍ଣ୍ଣ ନାମରେ ପରିଚିତ । ଯ ଠାରୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ ତେର ଅବର୍ଗ୍ୟ ବ୍ୟଞ୍ଜନ ।
- ବର୍ଗ୍ୟବ୍ୟଞ୍ଜନର ବିଭାଗୀକରଣ-
- କ ବର୍ଗ- କ୍,ଖ୍, ଗ୍, ଘ୍, ଙ୍- କଣ୍ଠ୍ୟ ବର୍ଣ୍ଣ
- ଚ ବର୍ଗ- ଚ୍, ଛ୍, ଜ୍, ଝ୍, ଞ୍- ତାଲବ୍ୟ ବର୍ଣ୍ଣ
- ଟ ବର୍ଗ- ଟ୍, ଠ୍, ଡ୍, ଢ୍, ଣ୍- ମୂର୍ଦ୍ଧନ୍ୟ ବର୍ଣ୍ଣ
- ତ ବର୍ଗ- ତ୍, ଥ୍, ଦ୍, ଧ୍, ନ୍- ଦନ୍ତ୍ୟ ବର୍ଣ୍ଣ
- ପ ବର୍ଗ- ପ୍, ଫ୍, ବ୍, ଭ୍, ମ୍- ଓଷ୍ଠ୍ୟ ବର୍ଣ୍ଣ
- ତେଣୁ ଠ ହେଉଛି ମୂର୍ଦ୍ଧନ୍ୟ ବର୍ଣ୍ଣ ।
Answer (Detailed Solution Below)
Odia Question 9 Detailed Solution
Download Solution PDFସଠିକ ଉତ୍ତର ହେଉଛି "ପରଭୃତ"।
Key Points
- ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
- ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' କୁହାଯାଏ।
ଯଥାର୍ଥତା:
- ଆମ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ପ୍ରତିଶବ୍ଦଗୁଡ଼ିକ ସମକକ୍ଷ ଓ ସମର୍ଥକ ଭାବରେ ଦୈନଦିନ ଜୀବନରେ ପ୍ରଚଳିତ ଓ ବ୍ୟବହୃତ।
- ଏଠାରେ 'କାଉ' ର ପ୍ରତିଶବ୍ଦଟି ହେଉଛି 'ପରଭୃତ'; କାରଣ ଓଡ଼ିଆ ଅଭିଧାନରେ 'ପରଭୃତ' ଶବ୍ଦଟି 'ପର/ଅନ୍ୟକୁ ପାଳନ କରେ ଯିଏ' ଅର୍ଥକୁ ସୂଚିତ କରେ।
- ପ୍ରସିଦ୍ଧ ପଞ୍ଚତନ୍ତ୍ର ଗଳ୍ପ ସମୂହ ଅନୁସାରେ, ଯେତେବେଳେ କୋଇଲି, କାଉର ବସାରେ ତା ଅଣ୍ଡାଟିକୁ ଛାଡିଯାଏ, ଅଜାଣତରେ କାଉ ନିଜ ଅଣ୍ଡାଟି ସହ କୋଇଲିର ଅଣ୍ଡାଟିର ମଧ୍ୟ ଯତ୍ନ ନେଇଥାଏ ଓ ଅଣ୍ଡାଟି ଫୁଟିବା ପରେ କୋଇଲି ଛୁଆଟିକୁ ସଯତ୍ନ ରେ ପାଳନ କରିଥାଏ। ତେଣୁ କାଉ 'ପରଭୃତ' ନାମରେ ଉଲ୍ଲେଖନୀୟ।
- 'କାଉ' ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା - କୁଆ, କାକ, ଘୁକାରି, ଧୂଳିଜଂଘ, ବାୟସ, ଇତ୍ୟାଦି।
Additional Information
- ଅନ୍ୟ ବିକଳ୍ପଗୁଡ଼ିକ ଯେପରି ପୁରନ୍ଦର - ଇନ୍ଦ୍ରର, ନଗ - ପର୍ବତର ଓ ଖଗ - ପକ୍ଷୀର ପ୍ରତିଶବ୍ଦ ଅଟେ।
Mistake Points
- ଏହି ପ୍ରଶ୍ନଟି ଗତବର୍ଷର ପ୍ରଶ୍ନପତ୍ରରୁ ଉଦ୍ଧୃତ ଅଟେ ଏବଂ ଏହାର ସମାଧାନ କେବଳ ମାତ୍ର ଦତ୍ତ ଉତ୍ତରାବଳୀ ଅନୁସାରେ ଲେଖାହୋଇଛି।
‘ସିଂହାସନ’ – ଏହା କି ପ୍ରକାର ସମାସ ଅଟେ ?
Answer (Detailed Solution Below)
Odia Question 10 Detailed Solution
Download Solution PDFସଠିକ ଉତ୍ତର ହେଉଛି "ମଧ୍ୟପଦଲୋପୀ କର୍ମଧାରୟ"।
- ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ।
- ସମାସରେ ପଦଗୁଡ଼ିକ ମିଳିତ ହେବାପରେ ଯେଉଁ ପଦ ସୃଷ୍ଟିହୁଏ ତାହାକୁ ‘ସମସ୍ତପଦ’ କୁହାଯାଏ।
- ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଢ଼ାଯାଏ ତାହାକୁ ବ୍ୟାସବାକ୍ୟ / ବିଗ୍ରହବାକ୍ୟ କୁହନ୍ତି।
- ଯେଉଁ ପଦଗୁଡିକର ମିଶ୍ରଣରେ ସମସ୍ତ ପଦ ଗଠିତ ହୁଏ ସେହି ପଦଗୁଡିକୁ ସମସ୍ୟମାନ ପଦ କୁହାଯାଏ।
- ଯଥା: ଶୋକ ରୂପକ ଅଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ - ଶୋକାଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ।
- ବାକ୍ୟରେ ଥିବା ‘ଶୋକ ରୂପକ ଅଗ୍ନି’ ପଦଗୁଡ଼ିକ ମିଶିଯାଇ ‘ଶୋକାଗ୍ନି’ ପଦରେ ପରିଣତ ହୋଇଛି।
- ବାକ୍ୟ ମଧ୍ୟରେ ପରସ୍ପର ସମ୍ପର୍କ ଥିବା ଏକାଧିକ ପଦକୁ ମିଶାଇ ଦେଇ ଏକପଦରେ ପରିଣତ କରାଯାଇ ପାରୁଛି।
- ଫଳରେ ବାକ୍ୟ ଛୋଟ ହୋଇପାରୁଛି ଓ ଶୁଣିବାକୁ ମଧୁର ହେଉଛି। ବ୍ୟାକରଣ ଶାସ୍ତ୍ରରେ ଏହି ପ୍ରକ୍ରିୟାକୁ ‘ସମାସ’ କୁହାଯାଏ।
- ଶୋକ ରୂପକ ଅଗ୍ନି = ଶୋକାଗ୍ନି। ଏଠାରେ 'ଶୋକାଗ୍ନି' ହେଉଛି ‘ସମସ୍ତପଦ’।
- ‘ଶୋକ’ ହେଉଛି ପୂର୍ବପଦ ଓ ‘ଅଗ୍ନି’ ହେଉଛି ‘ପରପଦ’ ବା ‘ଉତ୍ତର ପଦ’।
- 'ଶୋକାଗ୍ନି' ସମସ୍ତପଦରେ ‘ଶୋକ’ ଗୋଟିଏ ସମସ୍ୟମାନ ପଦ ଓ ‘ଅଗ୍ନି’ ଆଉ ଏକ ସମସ୍ୟମାନ ପଦ।
- ଏଠାରେ 'ଶୋକ ରୂପକ ଅଗ୍ନି' ହେଉଛି ବିଗ୍ରହବାକ୍ୟ/ବ୍ୟାସବାକ୍ୟ; କାରଣ ଶୋକ ଓ ଅଗ୍ନି ମଧ୍ୟରେ ସମ୍ବନ୍ଧ ଜାଣିବା ପାଇଁ 'ଶୋକ ରୂପକ ଅଗ୍ନି' ବାକ୍ୟଟିକୁ ଗଢାଯାଇଛି।
- ସମାସର ପ୍ରକାର ଭେଦକୁ ବୁଝିଲେ ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ କରାଯାଇଛି।
- ଯଥା:-ତତ୍ପୁରୁଷ, କର୍ମଧାରୟ, ଦ୍ବିଗୁ, ଦ୍ବନ୍ଦ୍ବ, ବହୁବ୍ରୀହି ଓ ଅବ୍ୟୟୀଭାବ।
- ବିଶେଷଣ ଓ ବିଶେଷ୍ୟ ପଦକୁ ନେଇ ଯେଉଁ ସମାସ ଗଠିତ ହୁଏ, ତାହାକୁ ‘କର୍ମଧାରୟ ସମାସ’ କହନ୍ତି।
- ଏହି ସମାସର ସମସ୍ତପଦରେ ପରପଦର ଅର୍ଥର ପ୍ରାଧାନ୍ୟ ରହେ।
- ଯଥା: ନୀଳ ଅଟେ କଇଁ = ନୀଳକଇଁ, ଏଠାରେ ‘ନୀଳ’ ବିଶେଷଣ ପଦ ଓ ‘କଇଁ’ ବିଶେଷ୍ୟ ପଦ।
- ଯେଉଁ କର୍ମଧାରୟ ସମାସର ସମସ୍ତ ପଦରେ ମଧ୍ୟବର୍ତ୍ତୀ ପଦର ଲୋପ ହୋଇଥାଏ, ତାହାକୁ ‘ମଧ୍ୟପଦଲୋପୀ କର୍ମଧାରୟ ସମାସ’ କହନ୍ତି।
- ଉପରୋକ୍ତ 'ସିଂହାସନ' ସମସ୍ତ ପଦଟିର ଉଦ୍ଦିଷ୍ଟ ବ୍ୟାସବାକ୍ୟ ହେବ 'ସିଂହ ଚିହ୍ନିତ ଆସନ'।
- କାରଣ 'ସିଂହ ଚିହ୍ନିତ ଆସନ' ବ୍ୟାସବାକ୍ୟଟି ସିଂହ ଓ ଆସନ ମଧ୍ୟରେ ଉପଯୁକ୍ତ ସମ୍ବନ୍ଧ ସ୍ଥାପନ କରିପାରୁଛି।
- ‘ସିଂହ’ ହେଉଛି ପୂର୍ବପଦ ଓ ‘ଆସନ’ ହେଉଛି ‘ପରପଦ’ ବା ‘ଉତ୍ତର ପଦ’।
- ସମାସ ଗଠନ ପରେ ଏମାନଙ୍କ ମଧ୍ୟରେ ଥିବା 'ଚିହ୍ନିତ' ପଦଟି ଲୋପ ପାଉଛି।
- ତେଣୁ ଏଥିରୁ ସ୍ପଷ୍ଟ ଯେ 'ସିଂହାସନ' ସମସ୍ତ ପଦଟି ‘ମଧ୍ୟପଦଲୋପୀ କର୍ମଧାରୟ ସମାସ’ ହେତୁ ଗଠିତ।
- ଯାହା ବିଷୟରେ ଉପମା ଅର୍ଥାତ୍ ତୁଳନା ଦିଆଯାଏ ତାକୁ ‘ଉପମେୟ’ କହନ୍ତି। ଏହି ଉପମେୟ ହେଉଛି ପ୍ରକୃତ ବସ୍ତୁ।
- ଉପମେୟ ବା ପ୍ରକୃତ ବସ୍ତୁ ସହିତ ଯାହାର ତୁଳନା କରାଯାଏ ତାକୁ ‘ଉପମାନ’ କହନ୍ତି।
- ସମାସରେ ଉପମେୟ ପୂର୍ବପଦ ଓ ଉପମାନ ପରପଦ ହେଲେ ତାହାକୁ ‘ଉପମିତ କର୍ମଧାରୟ’ ସମାସ କହନ୍ତି।
- ଯଥା: ମୁଖଟି ଚନ୍ଦ୍ର ପରି = ମୁଖଚନ୍ଦ୍ର, ଏଠାରେ ‘ମୁଖ’ ହେଉଛି ‘ଉପମେୟ’ ଓ ‘ଚନ୍ଦ୍ର’ ହେଉଛି 'ଉପମାନ'।
- ଉପମାନ ସହିତ ସାଧାରଣ ଧର୍ମବାଚକ ପଦର ସମାସକୁ ‘ଉପମାନ କର୍ମଧାରୟ’ ସମାସ କୁହାଯାଏ।
- ଯଥା: କାକ ପରି କୃଷ୍ଣ = କାକକୃଷ୍ଣ, ‘କାକ’ ହେଉଛି ଉପମାନ ଓ ‘କୃଷ୍ଣ’ ହେଉଛି ସାଧାରଣ ଧର୍ମ।
'କିରଣ'ର ପର୍ଯ୍ୟାୟବାଚୀ ଶବ୍ଦଟି ଲେଖ?
Answer (Detailed Solution Below)
Odia Question 11 Detailed Solution
Download Solution PDFKey Points
- ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
- ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' କୁହାଯାଏ।
ଯଥାର୍ଥତା:
- ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।
- ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ, ଓଡ଼ିଆ ଶବ୍ଦକୋଷ ଅନୁଯାୟୀ 'ମୟୂଖ' କହିଲେ 'କିରଣ; ରଶ୍ମି (ମୟ ଧାତୁ+କର୍ତ୍ତୃ - ଊଖ)'।
- ସୁତରାଂ ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ମୟୂଖ' ଶବ୍ଦଟି 'କିରଣ' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ଏହା ସମାର୍ଥବୋଧକ ବା ପର୍ଯ୍ୟାୟବାଚୀ ବା ପ୍ରତିଶବ୍ଦ।
- 'କିରଣ'ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା : ଆଲୋକ, ଅଂଶୁ, ଦ୍ୟୁତି, ବିଭା, ଦୀପ୍ତି, ରଶ୍ମି ଇତ୍ୟାଦି।
- ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ 'ଅୟନ' କହିଲେ 'ସୂର୍ଯ୍ୟ ଦକ୍ଷିଣ ବା ଉତ୍ତର ଦିଗରେ ରହିବା ସମୟ' ହୋଇଥିବାବେଳେ 'ଅନଙ୍ଗ' 'କାମଦେବ'ର ପର୍ଯ୍ୟାୟବାଚୀ ଓ 'ମାରୁତ' କହିଲେ 'ଘୋଡ଼ାର ପଛଗୋଡ଼ରେ ଥିବା ଗୋଟିଏ ଭଉଁରୀ'।
ଏ, ଐ- ଏ ଦୁଇଟି କି ପ୍ରକାର ସ୍ୱର ବର୍ଣ୍ଣ?
Answer (Detailed Solution Below)
Odia Question 12 Detailed Solution
Download Solution PDF2) କଣ୍ଠ୍ୟତାଲବ୍ୟ ସଠିକ୍ ଉତ୍ତର
ଯଥାର୍ଥତା :
- ଧ୍ୱନି ଭାଷାର ମୌଖିକ ରୂପ
- ଧ୍ୱନିର ଲିଖିତ ରୂପ ବର୍ଣ୍ଣ
- ଧ୍ୱନି ପରି ବର୍ଣ୍ଣକୁ 2 ଭାଗରେ ବିଭକ୍ତ କରାଯାଇଛି
- ସ୍ୱରବର୍ଣ୍ଣ ଓ ବ୍ୟଞନ ବର୍ଣ୍ଣ
- ସ୍ୱରବର୍ଣ୍ଣର ସାଂକେତିକ ରୂପକୁ ମାତ୍ରା କୁହାଯାଏ
- ଯେହେତୁ ଏ, ଐ କଣ୍ଠ୍ୟ ଓ ତାଲବ୍ୟ ସ୍ପର୍ଶ କରି ଉଚ୍ଚାରଣ ହୁଏ , ଏସବୁକୁ 2) କଣ୍ଠ୍ୟତାଲବ୍ୟ ସ୍ୱର ବର୍ଣ୍ଣ କୁହାଯାଏ
Additional Information
- ମାତ୍ରାକୁ କାର ମଧ୍ୟ କୁହାଯାଏ
- ଅ,ଆ , ଇ ,ଈ ,ଉ ,ଊ , ଏ , ଐ ,ଓ ,ଔ ମୋଟ୍ 11ଟି ସ୍ୱରବର୍ଣ୍ଣ ଅଛି
- ବ୍ୟଞନ ବର୍ଣ୍ଣରେ ମାତ୍ରାର ବ୍ୟବହାର ହୋଇଥାଏ
- ବ୍ୟଞନ ବର୍ଣ୍ଣ 2 ପ୍ରକାରର
- ବର୍ଗ୍ୟ ଓ ଅବର୍ଗ୍ୟ
କୁଞ୍ଜର' କାହାର ସମାର୍ଥବୋଧକ ଶବ୍ଦ?
Answer (Detailed Solution Below)
Odia Question 13 Detailed Solution
Download Solution PDFସଠିକ୍ ଉତ୍ତର ହେଉଛି- ହାତୀ ।
Key Points
- ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
- ଓଡିଆ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।
- ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ ।
- ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।
ଯଥାର୍ଥତା:
- କୁଞ୍ଜର ହାତୀର ପ୍ରତିଶବ୍ଦ ଅଟେ ।
- ସେହିପରି ହାତୀର ପ୍ରତିଶବ୍ଦ ହେଉଛି- ହସ୍ତୀ, ଗଜ, ନାଗ, କରୀ, ଦ୍ବିରଦ, ଦ୍ବିପ, ମାତଙ୍ଗ, ବାରଣ, ଦନ୍ତୀ, ମାତଗ, ମାତଙ୍ଗମ, ସାରଙ୍ଗ, ଅନେକପ ।
- ଯେଉଁ ଭାଷା ଯେତିକି ସମୃଦ୍ଧ ଓ ସମ୍ପନ୍ନ, ସେହି ଭାଷାରେ ପର୍ଯ୍ୟାୟବାଚୀ ଶବ୍ଦର ସଂଖ୍ୟା ସେତେ ଅଧିକ ।
- ଓଡିଆର ପର୍ଯ୍ୟାୟବାଚୀ ଶବ୍ଦ ସଂସ୍କୃତ ତତ୍ସମ ଶବ୍ଦ ଅଟେ ।
- ଅମର ସିଂହଙ୍କ ରଚିତ ଅମରକୋଷ ଗ୍ରନ୍ଥରେ ସହସ୍ର ସହସ୍ର ପର୍ଯ୍ୟାୟବାଚୀ ଶବ୍ଦ ରହିଛି ।
'ଜଳ'ର ସମାର୍ଥବୋଧକ ଶବ୍ଦଟି କ'ଣ ?
Answer (Detailed Solution Below)
Odia Question 14 Detailed Solution
Download Solution PDFସଠିକ୍ ଉତ୍ତର ହେଉଛି- ଉଦକ
Key Points
- ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
- ଓଡିଆ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।
- ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ ।
- ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।
ଯଥାର୍ଥତା:
- ଉଦକ ଜଳର ପ୍ରତିଶବ୍ଦ ଅଟେ ।
- ସେହିପରି ଜଳର ପ୍ରତିଶବ୍ଦ ହେଉଛି- ସଲିଳ, ଜୀବନ, ତୋୟ, ନୀର, ବାରି, ଅମ୍ବୁ, ପୟଃ ।
- ରସା ହେଉଛି ପୃଥିବୀର ପ୍ରତିଶବ୍ଦ, କ୍ଷଣଦା ହେଉଛି ରାତ୍ରିର ପ୍ରତିଶବ୍ଦ ଓ ବିଧୁ ହେଉଛି ଚନ୍ଦ୍ରର ପ୍ରତିଶବ୍ଦ ।
ବୃକ୍ଷର ସମାର୍ଥବୋଧକ ଶବ୍ଦଟି କ'ଣ ?
Answer (Detailed Solution Below)
Odia Question 15 Detailed Solution
Download Solution PDFସଠିକ୍ ଉତ୍ତର ହେଉଛି- ବିଟପୀ ।
Key Points
- ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
- ଓଡିଆ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।
- ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ ।
- ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।
ଯଥାର୍ଥତା:
- ବିଟପୀ ବୃକ୍ଷର ପ୍ରତିଶବ୍ଦ ଅଟେ ।
- ସେହିପରି ବୃକ୍ଷର ପ୍ରତିଶବ୍ଦ ହେଉଛି- ତରୁ, ଦ୍ରୁମ, ପାଦପ ।
- ଅର୍ଣ୍ଣବ ହେଉଛି ସମୁଦ୍ରର ପ୍ରତିଶବ୍ଦ, ଅରବିନ୍ଦ ହେଉଛି ପଦ୍ମର ପ୍ରତିଶବ୍ଦ ଓ ବିବୁଧ ହେଉଛି ଦେବତାର ପ୍ରତିଶବ୍ଦ ।